ଶ୍ରୀରାମଚନ୍ଦ୍ର ଦାଶ
ଶ୍ରୀରାମଚନ୍ଦ୍ର ଦାଶ(୧୭ ନଭେମ୍ବର ୧୯୧୮-୧୦ ଅଗଷ୍ଟ ୧୯୯୪), ଓଡ଼ିଶାର ଜଣେ ଶିକ୍ଷାବିତ, ପ୍ରାବନ୍ଧିକ ଏବଂ ସମ୍ବିଧାନ ବିଶେଷଜ୍ଞ ଥିଲେ ।[୧] ରାଜନୀତି ବିଜ୍ଞାନକୁ ଏକ ସ୍ୱତନ୍ତ୍ର ବିଷୟ ଭାବରେ ପରିଚିତ କରାଇବା ଦିଗରେ ସେ କାମ କରିଥିଲେ । ନିଜ ପୁସ୍ତକ "ଇଉରୋପରେ ମୋ ଅନୁଭୁତି"ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଜୀବନୀଶ୍ରୀରାମଚନ୍ଦ୍ର ୧୯୧୮ମସିହାରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ରାସ୍ତାକଡ଼ ବତିଖୁଣ୍ଟ ତଳେ ବସି ସେ ପାଠ ପଢୁଥିଲେ । ବିହାର-ଓଡ଼ିଶା ଏଣ୍ଟ୍ରାନସ ପରୀକ୍ଷାରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ପାଟଣା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ପଢ଼ିଥିଲେ । ସ୍ୱଳ୍ପକାଳ ଅଧ୍ୟାପନା ପରେ, ବର୍ଲିନ ବିଶ୍ୱବିଦ୍ୟାଳୟରେ ଭାରତୀୟ ସମ୍ବିଧାନ ଓ ୱେମାର ସମ୍ବିଧାନର ତୁଳନାତ୍ମକ ସମ୍ପର୍କ ବିଷୟରେ ଗବେଷଣା କରି ମାତ୍ର ଦେଢ ବର୍ଷରେ ପିଏଚଡି ହାସଲ କରିଥିଲେ । ଶ୍ରୀରାମଚନ୍ଦ୍ର, ଓଡ଼ିଶାର ବହୁ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ୧୯୬୩ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପନା ଆରମ୍ଭ କରି, ୧୯୭୫ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ । ଦେଶରେ ଜରୁରୀ କାଳୀନ ପରିସ୍ଥିତି ମଧ୍ୟରେ ୧୯୭୫ମସିହା ଡିସେମ୍ବର ୨୩ତାରିଖରେ ତାଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ପରେ,ସେ ଓକିଲାତିକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ୧୯୭୭ ମସିହାରେ ସେ ବାଲିକୁଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ "ଉତ୍କଳ ଜନତା" ଦଳ ଟିକେଟରେ ନିର୍ବାଚନ ଲଢିଥିଲେ ଓ ମାତ୍ର ୨୪୫୮ଟି ଭୋଟପାଇ ପରାଜୟ ବରଣ କରିଥିଲେ । ଜନତା ଦଳର "ଉମେଶ ସ୍ୱାଇଁ" ଏହି ନିର୍ବାଚନରେ ଜିତିଥିଲେ ।[୨] ଅର୍ଥନୀତିର ବଳୟ ମଧ୍ୟରୁ ରାଜନୀତି ବିଜ୍ଞାନକୁ ଆବିସ୍କାର କରିଥିଲେ ଶ୍ରୀରାମଚନ୍ଦ୍ର । ସର୍ବଭାରତୀୟ ସ୍ତରରେ ଶ୍ରୀରାମଚନ୍ଦ୍ର ଜଣେ ରାଜନୀତି ବିଜ୍ଞାନୀ ଭାବରେ ପରିଚିତି ପାଇଥିଲେ । "ସିଭିକ୍ସ"କୁ "ନଗର-ବିଜ୍ଞାନ" ଓ "ରେଜିଷ୍ଟାର"କୁ "କୁଳ-ସଚିବ" ନାଁରେ ସେ ହିଁ ଅନୁଦିତ କରିଥିଲେ ।[୩] ୧୯୭୦ମସିହାରେ ସେ "ଭାରତୀୟ ରାଜନୀତି ବିଜ୍ଞାନ ମହାସଂଘ"ର ସଭାପତୀ ଆସନ ଅଳଙ୍କୃତ କରିଥିଲେ । "ଓଡ଼ିଶା ରାଜନୀତି ବିଜ୍ଞାନ ସଂସଦ"ର ସେ ଥିଲେ ପ୍ରତିଷ୍ଠାତା ସଭାପତି । ଜଣେ ପ୍ରାବନ୍ଧିକ ଓ ସୁବକ୍ତାଭାବରେ ମଧ୍ୟ ସେ ପରିଚିତ ଥିଲେ ।[୪] ରଚନାବଳୀ
ସମ୍ମାନ ଓ ପୁରସ୍କାର
ଆଧାର
|