Share to: share facebook share twitter share wa share telegram print page

ରଘୁବୀର ଦାସ


ରଘୁବୀର ଦାସ ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

ଜଷ୍ଟିସ୍‌ ଦାସ ଓଡ଼ିଶାର ବରଗଡ଼ରେ ୧୪ ଫେବୃୟାରୀ ୧୯୫୪ ଦିନ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ହାରାଧନ ଦାଶ ଏବଂ ମାତା ସୁଶୀଳା ଦାଶ । ୧୯୬୯ ମସିହାରେ ବରଗଡ଼ ଜର୍ଜ ହାଇସ୍କୁଲ୍ ରୁ ସେ ମାଟ୍ରିକ୍ ପାସ୍ କରିଥିଲେ । ପରେ ୧୯୭୪ ମସିହାରେ ସମ୍ବଲପୁରର ଜିଏମ୍ ସାନ୍ଧ୍ୟ କଲେଜରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ୧୯୭୭ ମସିହାରେ ସମ୍ବଲପୁରର ଲାଲା ଲଜପତ ରାୟ ଆଇନ କଲେଜ୍ ରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧ ଅଗଷ୍ଟ ୧୯୮୦ ରେ ଓଡ଼ିଶା ନ୍ୟାୟିକ ସେବାରେ ଏକ ମୁନ୍ସିଫ୍ ଭାବେ ଯୋଗ ଦେଇଥିଲେ । ୨୦୦୧ ମସିହାରେ ଜିଲ୍ଲା ନ୍ୟାୟାଧୀଶ ଭାବେ ପଦୋନ୍ନତି ପାଇ ପୁରୀର ଅଧିକ ଅତିରିକ୍ତ ଜିଲ୍ଲା ଏବଂ ସତ୍ର ନ୍ୟାୟାଧୀଶ ଭାବେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ପାରଳାଖେମୁଣ୍ଡିର ଅତିରିକ୍ତ ଜିଲ୍ଲା ଏବଂ ସତ୍ର ନ୍ୟାୟାଧୀଶ; ୯ ଫେବୃୟାରୀ ୨୦୦୭ରୁ ୧୪ ମେ ୨୦୦୮ ଅବଧିରେ କନ୍ଧମାଳର ଜିଲ୍ଲା ଏବଂ ସତ୍ର ନ୍ୟାୟାଧୀଶ[]; ୧୮ ଡିସେମ୍ବର ୨୦୦୯ରୁ to ୨୧ ଜୁନ ୨୦୧୦ ଅବଧିରେ ଗଞ୍ଜାମ-ଗଜପତି ଜିଲ୍ଲା ଏବଂ ସତ୍ର ନ୍ୟାୟାଧୀଶ[], କଟକର ବିକ୍ରୟ କର ଅପିଲ୍ ଅଦାଲତର ନ୍ୟାୟିକ ସଦସ୍ୟ;କଟକର ସ୍ଵତନ୍ତ୍ର ଅଦାଲତର ସ୍ଵତନ୍ତ୍ର ନ୍ୟାୟାଧୀଶ ଏବଂ ଭୁବନେଶ୍ୱର ଉଦ୍ୟୋଗ ଆଦାଲତର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

୪ ଜାନୁଆରୀ ୨୦୧୩ ରୁ ୧୩ ଫେବୃୟାରୀ ୨୦୧୬ ମଧ୍ୟରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।[]

ଅବସର ପରେ ୧୬.୦୫.୨୦୧୯- ୦୩.୦୯.୨୦୧୯ ଅବଧିରେ ସେ ଓଡ଼ିଶା ମାନବ ଅଧିକାର ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟୀତ୍ଵ ସମ୍ଭଳିଥିଲେ ।[] ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଦ୍ଵାରା ସେ ଜଣିକିଆ କମିଶନ ଭାବେ ନିଯୁକ୍ତ ହୋଇଥିଲେ ।[][]

ଆଧାର

  1. ୧.୦ ୧.୧ National Informatics Centre (NIC, Orissa). "Former Judges | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-02-01.
  2. "Former Judges | District Court,Kandhamal,Phulbani, Email [email protected] . | India" (in ଆମେରିକୀୟ ଇଂରାଜୀ). Retrieved 2025-02-01.[permanent dead link]
  3. "Former Judges | District and Sessions Court, Ganjam at Berhampur | India" (in ଆମେରିକୀୟ ଇଂରାଜୀ). Archived from the original on 2024-12-21. Retrieved 2025-02-01.
  4. "Odisha Human Rights Commission| Incumbency Chart". ohrc.nic.in. Retrieved 2025-02-01.
  5. "ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସତ୍ୟପାଠ ଦାଖଲ କଲେ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସକ". Odisha Sambad (in ଆମେରିକୀୟ ଇଂରାଜୀ). 2018-08-07. Retrieved 2025-02-01.
  6. "ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ; ରିପୋର୍ଟ ଦାଖଲ କଲେ ଜଷ୍ଟିସ୍ ରଘୁବୀର ଦାସ କମିଶନ". prameyanews7.com. Retrieved 2025-02-01.
Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya