ପ୍ରେମ୍ ଫର୍ ସେଲ୍
ପ୍ରେମ୍ ଫର୍ ସେଲ୍ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭଲକ୍ଷ୍ମୀ ପଟ୍ଟନାୟକ । ଉମେଶ ଚନ୍ଦ୍ର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଚିନ୍ମୟ ଦାସପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜିବ ଦ୍ୱିବେଦୀ ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ତମନ୍ନା ବ୍ୟାସ । ଦୁଷ୍ମନ୍ତ ପଣ୍ଡା, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୧୨ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । ଅଭିନୟକାହାଣୀଗୀତ ଏବଂ ସଙ୍ଗୀତଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅମ୍ରିତା ନାୟକ, ହ୍ୟୁମାନ ସାଗର, ଲୋପାମୁଦ୍ରା ଦାଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଗୀତ
ଆଧାର
ବାହାର ଆଧାର
|