ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ
ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଇଂରାଜୀ ଭାଷାରେ ପ୍ରକାଶିତ ହେଉଥିବା ଏକ ଭାରତୀୟ ଦୈନିକ ଖବରକାଗଜ ଯାହାକି ଚେନ୍ନାଇରେ ଥିବା ଏକ୍ସପ୍ରେସ୍ ପ୍ରକାଶନଦ୍ୱାରା ପ୍ରକାଶ କରାଯାଏ । ଚେନ୍ନାଇର ପି. ଭରଦରଜୁଲୁ ନାଇଡ଼ୁଙ୍କଦ୍ୱାରା ଏହି ଖବରକାଗଜଟି ଦି ଇଣ୍ଡିଆନ ଏକ୍ସପ୍ରେସ ଭାବରେ ୧୯୩୨ ମସିହାରେ ସ୍ଥାପନା କରାଯାଇଥିଲା । ୧୯୯୧ ମସିହାରେ ଏହାର ମାଲିକ ରମାନଥ ଗୋଏଙ୍କାଙ୍କ ମୃତ୍ୟୁପରେ ତାଙ୍କ ପରିବାର ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା ଏବଂ ଦୁଇଟି ସଂସ୍ଥାର ଆରମ୍ଭ ହୋଇଥିଲା । ଭାଗ ହେବା ପରେ ଦୁଇ ଗୋଷ୍ଠୀ ଇଣ୍ଡିଆନ୍ ଏକ୍ସପ୍ରେସ୍ର ଶୀର୍ଷକ, ସମ୍ପାଦକୀୟ ଏବଂ କିଛି ଅନ୍ୟାନ୍ୟ ଉତ୍ସକୁ ମିଳିତ ଭାବରେ ବ୍ୟବହାର କରୁଥିଲେ, ମାତ୍ର ୧୩ ଅଗଷ୍ଟ ୧୯୯୯ରେ ଉତ୍ତର ଭାରତରେ ଅର୍ଥାତ ମୁମ୍ବାଇରେ ଥିବା ମୁଖ୍ୟାଳୟ ମୂଳ ନାମ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ରଖିବାବେଳେ ଦକ୍ଷିଣ ଭାରତର ସଂସ୍କରଣ ପାଇଁ ନୂଆ ନାମ, ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ରଖାଗଲା । ସାନ୍ତ୍ୱନା ଭଟ୍ଟାଚାର୍ଯ୍ୟ ଜୁଲାଇ ୨୦୨୨ରେ ଜି.ଏସ. ବାସୁଙ୍କ ସ୍ଥାନରେ ମୁଖ୍ୟ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ।[୧] ଇତିହାସଇଣ୍ଡିଆନ୍ ଏକ୍ସପ୍ରେସ୍ ପ୍ରଥମେ ସେପ୍ଟେମ୍ବର ୫, ୧୯୩୨ରେ ମାଡ୍ରାସରେ (ବର୍ତ୍ତମାନ ଚେନ୍ନାଇ) ଆୟୁର୍ବେଦିକ ଡାକ୍ତର ତଥା ଭାରତୀୟ ଜାତୀୟ କଂଗ୍ରେସ ସଦସ୍ୟ ପି. ଭରଦରଜୁଲୁ ନାଇଡ଼ୁଙ୍କଦ୍ୱାରା ସ୍ଥାପନ କରାଯାଇଥିଲା । ପୂର୍ବରୁ ସେ ତାମିଲ ନାଡ଼ୁ ନାମକ ଏକ ସାପ୍ତାହିକ ପ୍ରକାଶ କରୁଥିଲେ, ଯେଉଁ ପ୍ରେସ୍ରୁ ଏହି ଦୈନିକ ଖବର କାଗଜର ମୁଦ୍ରଣ ଆରମ୍ଭ କରିଥିଲେ । କିନ୍ତୁ ଖର୍ଚ୍ଚ ଅଧିକ ହେବାରୁ ସେ ଅନ୍ୟ ଏକ ଇଂରାଜୀ ଖବରକାଗଜର ଦି ଫ୍ରି ପ୍ରେସ୍ ଜର୍ଣ୍ଣାଲର ସ୍ଥାପନକର୍ତ୍ତା ଏସ୍. ସଦାନନ୍ଦଙ୍କୁ ଏହାକୁ ବିକ୍ରି କରିଦେଇଥିଲେ । ଆଧାର
ବାହାର ଲିଙ୍କ୍ |