ଜୀବନ ପ୍ରଦୀପ ଦାଶ
ଜୀବନ ପ୍ରଦୀପ ଦାଶ (ଜନ୍ମ: ୧୫ ଜୁଲାଇ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଏବଂ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ଏବଂ ୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଜନ୍ମ ପରିବାର ଓ ଶିକ୍ଷାଜୀବନ ପ୍ରଦୀପ ଦାଶ ୧୯୫୫ ମସିହାରେ ଜୁଲାଇ ମାସ ୧୫ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପ୍ରସାଦ ଦାଶ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ସେ ଓକିଲାତି ପଢ଼ିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ରୀନାରାଣୀ ଦାଶ ।[୧] ତାଙ୍କର ଦୁଇଜଣ ପୁଅ ଅଛନ୍ତି । ରାଜନୈତିକ ଜୀବନଜୀବନ ପ୍ରଦୀପ ଦାଶ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳର ସମର୍ଥନରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ୨୦୦୯ ମସିହାରେ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଭାଙ୍ଗିଯିବା ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ । ୨୦୦୯ ଏବଂ ୨୦୧୪ ମସିହାରେ ସେ ବିଜେଡ଼ିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫୫,୭୧୦ ଖଣ୍ଡ ଏବଂ ୪୭,୬୧୫ ଖଣ୍ଡ ଭୋଟ ଭୋଟ ପାଇ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କଠାରୁ ପରାସ୍ତ ହୋଇଥିଲେ । ମାତ୍ର ଦତ୍ତଙ୍କର ମୃତ୍ୟ ପରେ ନଭେମ୍ବର ୨୦୨୦ରେ ବାଲେଶ୍ୱରରେ ହୋଇଥିବା ଉପ-ନିର୍ବାଚନ ପରେ ତାଙ୍କୁ ଦଳ ବିରୋଧି କାର୍ଯ୍ୟପାଇଁ ବିଜେଡିର ନିଲମ୍ବନ କରାଯାଇଥିଲା ।[୨] ବିଧାନ ସଭା ସଭ୍ୟ ବିବରଣୀ
ଆଧାର
|