କୋଚିଲାଖାଇ
ଭାରତୀୟ ଉପଦ୍ୱୀପରେ ଦେଖାଯାଉଥିବା ଅନେକ ହର୍ଣ୍ଣବିଲ୍ମାନଙ୍କ ମଧ୍ୟରେ କୋଚିଲାଖାଇ ବା ଇଣ୍ଡିଆନ ଗ୍ରେ ହର୍ଣ୍ଣବିଲ୍ (Indian Grey Hornbill) ଅନ୍ୟତମ । ଶାରୀରିକ ଗଢଣ![]() ପ୍ରାୟତଃ ବଡ଼ ବଡ଼ ବର ଏବଂ କାକପୋଇ ଗଛରେ ଦୁଇ ଦୁଇ ହଳ ହୋଇ ଏମାନେ ରହନ୍ତି । ଏହି ପକ୍ଷୀର ଶରୀରରେ ପାଉଁଶିଆ ରଙ୍ଗର ପର ଥାଏ ଏବଂ ଏହାର ପେଟ ହାଲକା ପାଉଁଶିଆ ବା ଧଳା ରଙ୍ଗର ହୋଇଥାଏ । ଏହାର ଥଣ୍ଟ ଚାରି ଆଙ୍ଗୁଳରୁ ଆଠ ଆଙ୍ଗୁଳ ପର୍ଯ୍ୟନ୍ତ ମୁନିଆ ଏବଂ ବକ୍ରାକାର ହୋଇଥାଏ , ଯାହା ଉପରେ ଏକ ଧାରୁଆ ଥଣ୍ଟପରି ଥାଏ । ଥଣ୍ଟ ଉପର ପଟ ଚେପଟା ଓ ପୋଲା । ଏହି ପକ୍ଷୀ ଓଡ଼ିଶାର ସବୁ ଜିଲ୍ଲାରେ ଦେଖିବାକୁ ମିଳିଥାନ୍ତି । କିନ୍ତୁ ଅନେକ ସମୟରେ ଏହି ପକ୍ଷୀ ସହରାଞ୍ଚଳରେ ମଧ୍ୟ ଦେଖାଦେଇଥାନ୍ତି । ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହର ମଝିରେ ଥିବା ଅନେକ ବୃହତ ବୃକ୍ଷମାନଙ୍କରେ ଏମାନଙ୍କୁ ବହୁ ସଂଖ୍ୟାରେ ଦେଖିବାକୁ ମିଳେ । ଏହା ଏକ ମଧ୍ୟମ ଆକାରର ପକ୍ଷୀ ଯାହା ପ୍ରାୟତଃ ଷାଠିଏ ସେମି ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଉଡ଼ିବା ସମୟରେ ଏହା ଡେଣା ଖୋଲିଲେ ପରସବୁ ଗାଢ଼ପାଉଁଶିଆ ରଙ୍ଗର ଦେଖାଯିବା ସହିତ ପରର ଅଗ ଧଳା ଦେଖାଯାଏ । ଏହି ପକ୍ଷୀର ଆଖି ଲାଲ କିମ୍ବା କଳା ରଙ୍ଗର ଦେଖାଯାଏ । ପୁରୁଷ ପକ୍ଷୀମାନଙ୍କ ଥଣ୍ଟ ଅପେକ୍ଷାକୃତ ଭାବେ ଲମ୍ବାଥାଏ । ସ୍ତ୍ରୀ ପକ୍ଷୀମାନଙ୍କ ଥଣ୍ଟ ଇଷତ ହଳଦିଆ ରଙ୍ଗର ହୋଇଥାଏ ।ଏମାନଙ୍କ ଶରୀର ଲମ୍ବରେ ପ୍ରାୟ ଅଢେଇ ହାତ ପର୍ଯ୍ୟନ୍ତ ବଢ଼େ । ନାମକରଣ![]() ଏହି ପକ୍ଷୀ ସ୍ଥଳଭାଗରେ ରହୁଥିବା ବେଳେ କୋଚିଲା ନାମକ ବିଷାକ୍ତ ଫଳ ଖାଇ ବଞ୍ଚୁଥିବା ହେତୁ ଏହାକୁ କୋଚିଲାଖାଇ ବୋଲି ଓଡ଼ିଶାରେ କୁହାଯାଏ । ଆଜିକାଲି ଏହି ପକ୍ଷୀମାନଙ୍କ ସଂଖ୍ୟା କମ ହେଉଥିବାରୁ ଏହାକୁ ବିଶ୍ୱ ବନ୍ୟପ୍ରାଣୀ ସଂଗଠନ ତରଫରୁ ସଂରକ୍ଷିତ ପକ୍ଷୀମାନଙ୍କ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି । ଅଧିକ ତଥ୍ୟଏହି ପକ୍ଷୀ କୋଚିଲାକୁ ଗୋଟା ଖାଇଥାଏ । ଏହାର ପେଟ ଚିରିଲେ ଗୋଟା କୋଚିଲା ମଞ୍ଜି ବାହାରେ । ଅମାବାତ ରୋଗ ପାଇଁ ଏହି ଚଢେଇର ମାଂସ ଓ ହାଡ଼ ସିଝା ବିଶେଷ ଉପକାରୀ । ମାଇ କୋଚିଲାଖାଇ ଗଛ କୋରଡ଼ରେ ଡିମ୍ବ ଦିଏ । ଅଣ୍ଡିରା ପକ୍ଷୀ ଡିମ୍ବକୁ ଉଷୁମାଏ । ଅଣ୍ଡିରା କୋଚିଲାଖାଇ ଅଣ୍ଡା ଉଷୁମାଇବା କାର୍ଯ୍ୟରେ ଲାଗିଲେ ମାଇ କୋଚିଲାଖାଇ କୋରଡ଼ ମୁହଁକୁ ମାଟିରେ ବନ୍ଦ କରିଦିଏ । ତହିଁରେ ଗୋଟିଏ କଣା ରଖେ ସେହି କଣା ବାଟେ ଖାଦ୍ୟ ଆଣି ଅଣ୍ଡିରା ପକ୍ଷୀକୁ ଦିଏ ।[୨] ଉଦ୍ଧୃତି
|