ଓଡ଼ିଆ ଗହଣାଓଡ଼ିଶା ପୁରାତନ କାଳରେ କଳା, ଭାସ୍କର୍ଯ୍ୟ ଓ ତାରକସି କାମରେ ସୁନାମ ଅର୍ଜନ କରିଥିଲା। ଓଡ଼ିଶାର ନରନାରୀ ବିଭିନ୍ନ ପ୍ରକାର ଅଳଙ୍କାରଦ୍ୱାରା ନିଜର ଅଙ୍ଗ ସଜ୍ଜା କରୁଥିଲେ । ଇତିହାସଓଡ଼ିଶାରେ ପୁରା କାଳରୁ ମନ୍ଦିର ଗାହରେ ମୂର୍ତ୍ତିମାନଙ୍କରେ ନାନାଦି ଗହଣା ଦେଖିବାକୁ ମିଳିଥାଏ । ମାରିଚୀଙ୍କର ଅନେକ ମୂର୍ତ୍ତି ରତ୍ନଗିରି ଆଦି ଅଞ୍ଚଳରୁ ଆବିଷ୍କାର କରାଯାଇଛି । ସାଧନା ଓ ସାଧନାମାଳାରେ ଏହି ପ୍ରକାର ମୂର୍ତ୍ତିକୁ ଓଡ଼ିଆଣ-ମାରିଚୀ ନାମରେ ନାମିତ କରାଯାଇଛି ।[୧] ପାରମ୍ପରିକ ଭାବେ ମୁକୁଟସମୂହ ରାଜରାଜୁଡ଼ାଙ୍କ ଦେଇ ପିନ୍ଧା ଯାଉଥିଲା । ଯାଜପୁରଠାରେ ରାଣୀ ଇନ୍ଦ୍ରାଣୀଙ୍କ ଦେଇ ପିନ୍ଧାଯାଉଥିବା ମୁକୁଟ ସବୁଠୁ ଅଧିକ ଦାମର ଥିଲା ବୋଲି ଜଣାଯାଏ । କୁଣ୍ଡଳ ଓ ନୋଳି ଆଦି ଅଳଙ୍କାର ଉଭୟ ପୁରୁଷ ଓ ନାରୀଙ୍କ ଦେଇ ପିନ୍ଧାଯାଇଥାଏ ।[୨] ଓଡ଼ିଶାରେ ବିଭିନ୍ନ ରକମର ଅଳଙ୍କାର ତିଆରି ହୁଏ । କଟକରେ ତାରକସି କାମରେ ତିଆରି ଅଳଙ୍କାର ପ୍ରସ୍ତୁତ ହୁଏ । ନାରୀମାନଙ୍କ ଗହଣାଥିଲାବାଲା ଘରର ନାରୀମାନେ ସୁନା ଗହଣା ପିନ୍ଧୁଥିଲାବେଳେ, ଅପେକ୍ଷାକୃତ ଗରିବ ଘରର ନାରୀମାନେ ରୂପାର ଗହଣା ନାଉଥିଲେ। ରାଜା ଓ ଜମିଦାର ଘରର ନାରୀମାନେ ହୀରା, ନୀଳା, ମୋତି, ମାଣିକ୍ୟାଦି ମୂଲ୍ୟବାନ ପଥର ଖଚିତ ଗହଣା ପିନ୍ଧୁଥିଲେ। ସେମିତି ଗରିବ ପରିବାରର ନାରୀମାନେ କାଇଁଚ ଫଳ, ଶଙ୍ଖ, ସିପ ଓ ରଙ୍ଗୀନ ପଥରର ଗହଣା ନାଇ ନିଜକୁ ସଜଉଥିଲେ। ପୁରୁଷମାନଙ୍କ ଗହଣାପୁରାକାଳରେ ଓଡ଼ିଆ ପୁରୁଷମାନେ ନିଜ ଦେହକୁ ସଜେଇବାରେ ପଛଉ ନଥିଲେ। ମୁଣ୍ଡରେ ଲମ୍ବା ଚୂଳ ରଖି ତାକୁ ଚଉଁରି କାଠିରେ ବାନ୍ଧି ବେଣୀ କରୁଥିଲେ ଓ ଆପାଦମସ୍ତକ ନାନାଦି ଅଳଙ୍କାର ଧାରଣ କରୁଥିଲେ। ଏମିତି ଅଙ୍ଗ ସଜ୍ଜା କେତେକାଂଶରେ ନାରୀ ଓ ପୁରୁଷମାନଙ୍କର ସମାନ ଥିଲା। ପୁରୁଷମାନେ ମଧ୍ୟ ନାନାଦି ଅଳଂକାରର ପ୍ରୟୋଗ କରୁଥିଲେ। ତଳେ ଓଡ଼ିଶାର କେତୋଟି ପାରମ୍ପାରିକ ଗହଣାର ନାମ ଦିଆ ଯାଇଛି। ଗୋଡ ଆଙ୍ଗୁଠିର ଗହଣାନାରୀମାନଙ୍କରଗୋଡ ଆଙ୍ଗୁଠିରେ ପିନ୍ଧା ଯାଉଥିବା ମୁଦିଗୁଡ଼ିକର ଅଲଗା ଅଲଗା ନାମ ଅଛି । ସେଗୁଡିକ ହେଲା :-
ପୁରୁଷମାନଙ୍କରଆଙ୍ଗୁଠି ମୁଦି ଗୋଡ ଅଳଙ୍କାରନାରୀମାନଙ୍କର
ପୁରୁଷମାନଙ୍କରପାଦରେ (କ୍ରମାନ୍ୱୟରେ ଉପରୁ ତଳକୁ)
କମରର ଅଳଙ୍କାରନାରୀମାନଙ୍କରଅଣ୍ଟାରେ ପିନ୍ଧା ଯାଉଥିବା ଅଳଙ୍କାର
ପୁରୁଷମାନଙ୍କରଅଣ୍ଟାରେ (କ୍ରମାନ୍ୱୟରେ ଉପରୁ ତଳକୁ)
ହାତ ଆଙ୍ଗୁଠିର ଅଳଙ୍କାର
ହାତ ଅଳଙ୍କାରନାରୀମାନଙ୍କର
ପୁରୁଷମାନଙ୍କରବାହୁରେ (କ୍ରମାନ୍ୱୟରେ ଉପରୁ ତଳକୁ)
ହାତରେ (କ୍ରମାନ୍ୱୟରେ ଉପରୁ ତଳକୁ)
ହାତ ଆଙ୍ଗୁଠିରେ
ବେକ ଅଳଙ୍କାରନାରୀମାନଙ୍କର
ପୁରୁଷମାନଙ୍କର(କ୍ରମାନ୍ୱୟରେ ଉପରୁ ତଳକୁ ପିନ୍ଧୁଥିବା ବେକ ଅଳଂକାର)
କାନ ଅଳଙ୍କାରନାରୀମାନଙ୍କରକାନରେ ପିନ୍ଧା ଯାଉଥିବା ଅଳଙ୍କାର :-
ପୁରୁଷମାନଙ୍କର
ସୁନାକାନ ତଳକୁ ପୁରୁଷମାନେ କାନ କଣାରେ କାପ, କାପଶିକୁଳି, କାପ ଦେହରେ ଝୁମୁକା ଓ ଓହଳୁଥିବା ପେଣ୍ଡି ପିନ୍ଧୁଥିଲେ। ନାକ ଅଳଙ୍କାରନାକରେ ପିନ୍ଧା ଯାଉଥିବା ଅଳଙ୍କାର :- ନାରୀମାନଙ୍କର
ପୁରୁଷମାନଙ୍କର
ପୁରୁଷମାନେ ବସଣି ତଳକୁ ଫୁଲ, ନାକପୁଡ଼ା ମଝିରେ ଦଣ୍ଡି ବ୍ୟବହାର କରୁଥିଲେ। ଗରିବ ଲୋକମାନେ ଦଣ୍ଡି ବଦଳରେ ନୋଲକ ପିନ୍ଧୁଥିଲେ। ମଥାର ଅଳଙ୍କାର![]()
ଆଧାର
|