ଆନନ୍ଦ ଶଙ୍କର ଦାସ
ଆନନ୍ଦ ଶଙ୍କର ଦାସ ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଅଭିନେତା ଓ ନର୍ଦ୍ଦେଶକ, ଯିଏକି ୧୯୮୧ ମସିହାରେ ତାଙ୍କ ରଚିତ ପୁସ୍ତକ ଧର୍ମାର ଅଭିଶାପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ଜୀବନୀଆନନ୍ଦ ଶଙ୍କର ଦାସ ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।[୨] ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶିକ୍ଷାଲାଭ ପରେ ମେଦିନିପୁର କଲେଜରେ ବିଜ୍ଞାନ ସ୍ନାତକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ୧୯୪୯ରେ ପଢ଼ା ଛାଡ଼ିଲେ । ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗରେ ୧୯୫୩ରୁ ୧୯୬୦ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ବାରିପଦା ହସ୍ପିଟାଲରେ ୧୯୮୭ ପର୍ଯ୍ୟନ୍ତ ଲାବୋରାଟୋରୀ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରି ଅବସର ନେଲେ । ୧୯୮୦ରୁ ଦିର୍ଘ ଦିନ ପର୍ଯ୍ୟନ୍ତ ସେ ବାରିପଦା ସାହିତ୍ୟ ସଂସଦର ସଭାପତି ଥିଲେ । କଲେଜ ଜୀବନରୁ ନାଟକ ଲେଖିବା, ଅଭିନୟ ଓ ନିର୍ଦ୍ଦେଶନାରେ ତାଙ୍କର ବିଶେଷ ଆଗ୍ରହ ଥିଲା । ଆକାଶବାଣୀ ଓ ଦୂରଦର୍ଶନର ସେ ଥିଲେ ସ୍ୱୀକୃତିପ୍ରାପ୍ତ ନାଟ୍ୟକାର । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ସେ ଶତାଧିକ ନାଟକରେ ଅଭିନୟ କରିଛନ୍ତି । ତାଙ୍କ ରଚିତ ଏକାଙ୍କିକା 'ଗୀତା ପଣ୍ଡା' ୧୯୮୨ରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ତାଙ୍କ ରଚିତ ୩ଟି ନାଟକ ଅଭିମାନ, ଫୁଲ ଚନ୍ଦନ ଓ ପରଦେଶୀ ଚଢ଼େଇ ଚଳଚ୍ଚିତ୍ରରେ ରୂପାୟିତ ହାଇଥିଲା ।[୩] ରଚନାବଳୀପ୍ରକାଶିତ ନାଟକ
ସମ୍ମାନ ଓ ପୁରସ୍କାର
ଆଧାର
|