Share to: share facebook share twitter share wa share telegram print page

ଅମରେନ୍ଦ୍ର ମାଧବ ଦାଶ

ଅମରେନ୍ଦ୍ର ମାଧବ ଦାଶ
ଜନ୍ମ୧୯୭୮
ଜାତୀୟତାଭାରତୀୟ
ଶିକ୍ଷାଶିକ୍ଷା ସ୍ନାତକୋତ୍ତର (ଓଡ଼ିଆ) ଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତିସାମ୍ବାଦିକ

ଅମରେନ୍ଦ୍ର ମାଧବ ଦାଶ (ଜନ୍ମ: ୧୯୭୮) ଜଣେ କବି ।[] ସେ ନିଜ କାବ୍ୟଗ୍ରନ୍ଥ "କାନ୍ଦ କାନ୍ଦ ମଣିଷ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ "ଯୁବ ପୁରସ୍କାର" ଲାଭ କରିଛନ୍ତି ।

ଅମରେନ୍ଦ୍ର, ୧୯୭୮ମସିହାରେ ଅନୁଗୋଳ ଜିଲ୍ଲାର ତାଳଚେରରେ ଜନ୍ମଗ୍ରହଣ କରିଥିଲେ । ଚତୁର୍ଥ/ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳକୁ ସ୍କୁଲ ପତ୍ରିକା "ବ୍ରାହ୍ମୀ"ରେ ତାଙ୍କର କବିତା ପ୍ରକାଶ ପାଇଥିଲା । ଯୁକ୍ତ ଦୁଇ ପଢିଲାବେଳକୁ କଲେଜ ପତ୍ରିକାରେ ପ୍ରକାଶ ପାଇଥିଲା କବିତା "ଫେରିଆସ ବାପୁ" । ଏହି କବିତା ତାଙ୍କୁ କଲେଜ ତଥା ତାଳଚେର ସହରରେ "କବି"ର ପରିଚିତି ଆଣିଦେଇଥିଲା ।

କବିତାଗ୍ରନ୍ଥ

  • ତୋ ପାଇଁ(୨୦୦୬)
  • ଢେର ରାତି ହେଲାଣି (୨୦୧୦)
  • କାନ୍ଦକାନ୍ଦ ମଣିଷ(୨୦୧୩)
  • ଚିତ୍ର ଆଙ୍କୁଥିବା ପୁଅ(୨୦୧୪)
  • ଶବ୍ଦ(୨୦୧୭)
  • ଅଯୋଧ୍ୟା (୨୦୨୧)
  • କବିତା ଧାଡ଼ି ବାହାରେ (୨୦୨୪)

ସମ୍ମାନ ଓ ପୁରସ୍କାର

  • ଯୁବ ପୁରସ୍କାର (ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରଦତ୍ତ)[]
  • କଳିଙ୍ଗ ପୁସ୍ତକ ମେଳା କବିତା ସମ୍ମାନ (୨୦୧୨)
  • ଲେଖାଲେଖି ଯୁବକବି ପୁରସ୍କାର (୨୦୧୨)
  • ଅନଗୁଳ ଜିଲ୍ଲା ସାହିତ୍ୟ ସଂସଦ ଯୁବକବି ସମ୍ମାନ (୨୦୧୮)
  • ଲକ୍ଷ୍ମୀକାନ୍ତ ଶାହ ଯୁବକବି ସମ୍ମାନ (୨୦୨୨)
  • ସୁବ୍ରତ ରଥ ସ୍ମାରକୀ କବିତା ପୁରସ୍କାର (୨୦୨୪) (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)

ଆଧାର

  1. http://odishan.com/16627
  2. "ପହିଲି ପୁଲକ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୧-୨୪ ପୃଷ୍ଠା ୮. Retrieved 13 November 2017.
Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya